ଖବର ଆଜିର ତାରିଖ:୨୮/୦୬/୨୬, ରବିବାର
୧-ପୁରୀ:ସୋମବାର ସ୍ନାନଯାତ୍ରା ପାଇଁ, ଗତକାଲି ରାତିରୁ ଆଜି ଅପରାହ୍ନ ଗୋଟାଏ ଯାଏଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ୨-ପୁରୀ ସ୍ନାନ ଯାତ୍ରା:ଭୋର ୫ଟାରେ ହେବ ପହଣ୍ଡି,୧୨ଟାରେ ଜଳ ବିଜେ। ଅପରାହ୍ନ ୫ଟା ସୁଦ୍ଧା ସରିବ ହାତୀ ବେଶ। ୩-ବିଦ୍ୟାଳୟ ସମୟ ପରିବର୍ତ୍ତନ ନେଇ ଅଭିଭାବକ ମହଲରେ ଦାବି ଜୋରଦାର, ପୁନର୍ବିଚାର ହେଉ, ନିଷ୍ପତ୍ତି ବଦଳୁ। ୪-ଭୁବନେଶ୍ୱର:ଆସୁଛି ବଡ଼ ବର୍ଷା, ପୂରା ଓଡ଼ିଶାକୁ ଆଲର୍ଟ ଜାରି।ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ । ୫-ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲ ନିକଟରେ ରିପୋର୍ଟ ଦାଖଲ କଲା ଯୁଗ୍ମ ବୈଷୟିକ ଟିମ୍। ୬-ପୁରୀ:ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ହାଇ-ଟେକ୍ ନଜର ଏବଂ ଡିଜିଟାଲ୍ ସର୍ଭେଲାନ୍ସ ରହିବ ଶ୍ରୀକ୍ଷେତ୍ର। ୭-୨୯ରେ ରାଜଧାନୀରେ ହେବ ଶିକ୍ଷକ ସମାବେଶ। ଅନୁଦାନ ଓ ଚାକିରି ସର୍ତ୍ତାବଳୀ ସହ ପେନସନ ଦାବି। ୮-ଖଣ୍ଡଗିରି:ବିଷ ପିଇଥିବା ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ,ଏମ୍ସ ଡାକ୍ତରଙ୍କୁ ନିର୍ଘାତ ପିଟିଲେ,୩ଜଣକୁ ଉଠାଇ ନେଲା ପୋଲିସ। ୯-ଭୁବନେଶ୍ୱର ମଞ୍ଚେଶ୍ୱର ରେଳ ଷ୍ଟାଡିୟମ ନିକଟରେ ଏକ ଆମ ବସ୍ ବାପା-ଝିଅଙ୍କୁ ଧକ୍କା ଦେଲା।ଗୁରୁତର ଅବସ୍ଥାରେ ଉଭୟ ମେଡିକାଲରେ ହେଲେ ଭର୍ତ୍ତି । ୧୦-ରାଉରକେଲା,ବିଶ୍ରା ଥାନା:ସହିପାରିଲାନି ରିଜେକ୍ସନ, ପ୍ରେମିକାକୁ ଜୀଅନ୍ତା ଜାଳିଦେଲା ପ୍ରେମିକ ! ୧୧-ଶିମିଳିପାଳରେ ବଂଶବୃଦ୍ଧିର ନୂଆ ଅଧ୍ୟାୟ;ଟ୍ରାପ କ୍ୟାମେ...